(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ରଥଯାତ୍ରା ୨୦୧୯ ର ଶେଷ ବୈଠକ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତା ଓ ସ୍ଵତନ୍ତ୍ର ସମୀକ୍ଷା ବୈଠକ

ହଟନ୍ୟୁଜ ପୁରୀ (୨୮ ଜୁନ ୨୦୧୯ ) ରଥଯାତ୍ରା ୨୦୧୯ ବର୍ଷର ଶେଷ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧକ୍ଷତା କରିଥିବା ବେଳେ  ଆରମ୍ଭରୁ ଦେଖିବାକୁ ମିଳିଥିଲା କି , ବିଭାଗୀୟ ଅଧିକାରୀ ମାନେ ତାଙ୍କର ବତୀପେଲା ଟିପ୍ପଣୀ ଦେଇ ଚାଲିଥିଲେ । କୌଣସି ସେବାୟତ ବା ଖବରଦାତା ମାନେ ଅଭିଯୋଗ କଲେ ମଧ୍ୟ ତାହାକୁ କର୍ଣ୍ଣପାତ ନକରି ଘୋଘା କରି କାମ ଚଳାଇ ନେଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ  ଉପସ୍ଥିତିରେ ବିଭାଗୀୟ ଅଧିକାରୀ ମାନଙ୍କର  ଏହିଭଳି ବତିପେଲା ଲକ୍ଷଣ ଦେଖିବାକୁ ମିଳିଥିଲା । ୩୦ରୁ୪୦ ମିନିଟରେ ସଭା ଶେଷ ହୋଇଥିଲା । ଏବଂ ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ସେବାୟତ ମାନଙ୍କୁ ବୋହୁତ ପ୍ରସଂଶା କଲେ । ପୁରୀକୁ ଆସୁଥିବା ସମସ୍ତ ଭକ୍ତମାନେ ଆମ ଅତିଥି ,ସେମାନେ ଭଲରେ ଆସି  ଭଲରେ କେମିତି ଯିବେ ସେ ଦାୟିତ୍ଵ ଆମର ..... ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତବ୍ୟ ତଥା ଭାଷଣ ଦେଇଗଲେ । କିନ୍ତୁ ଘଇତା ଆଗରେ ଗୁଡାଏ ମିଛ ଡାଇଲକ ମାରି ନିଜର ଆସ୍ଥାନ କୁ ବଞ୍ଚାଇ ରଖିପାରିଲେ ବତିପେଲା ଅଧିକାରୀ ମାନେ । ଯଦି ସେବାୟତ ତାଙ୍କ କଥା କହିବାର ସୁଯୋଗ ପାଇଥାନ୍ତେ,ସାଧାରଣରେ ଆଲୋଚନା ହେଉଛି ଗୋସାଇଁ ଆଗରେ ବିଭାଗୀୟ ଅଧିକାରୀଙ୍କ ସୁସୁ ହୋଇଥାନ୍ତା .....

 

 

 

Video Advertisment