(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ଫଟାକାନ୍ଥ ଘରେ ପିଲା ପଢୁଛନ୍ତି ପାଠ....ଏ ଅନ୍ଧାରି ଅଧିକାରୀ,ନବୀନା ସରକାର ସମୟରେ ସବୁ ଚାଟି ଖାଇଗଲେ...

ହଟନ୍ୟୁଜ କେନ୍ଦୁଝର ଜିଲ୍ଲା (୨୮ ଜୁନ ୨୦୧୯ ) ମିଳିଥିବା ସୂଚନାରୁ ଜଣାଯାଏ,କେନ୍ଦୁଝର ଜିଲ୍ଲା, ହାଟଡ଼ିହି ବ୍ଲକ ଅନ୍ତର୍ଗତ ଗିରିଙ୍ଗା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଭାରି ଶୋଚନୀୟ । ରାଣ୍ଡୀପୁଅ ଦଳ ଅଫିସକୁ ଚିକଣ କରି ରଖିଛନ୍ତି । କିନ୍ତୁ ପିଲା ଙ୍କ ଶ୍ରେଣୀ ଗୃହର ଅବସ୍ଥା ବୋହୁତ ଖରାପ । ଫଟା କାନ୍ଥ ଘରେ ପିଲା ପଢୁଛନ୍ତି ପାଠ । କେତେବେଳେ କୋଉ ସମସ୍ୟା ଘଟିବ ସେକଥା କହିହେବ ନାହିଁ  । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୨ ଜଣ ପିଲା ପଢୁଥିଲେ ବି,ଶ୍ରେଣୀ ଗୃହ ମାତ୍ର ଦୁଇଟି .....ସବୁଠାରୁ ବଡ ଚିନ୍ତାର ବିଷୟ....

ଗତ କେଇଦିନ ତଳେ ପ୍ରଳୟକାରୀ ବାତ୍ୟା "ଫୋନି" ସ୍କୁଲର ଟିଣ ଛପର ଉଡେଇ ନେଇଛି ,ମରାମତିର ଦେଖା ନାହିଁ  ଅସଳାଏ ବର୍ଷା ହେଲେ ଶ୍ରେଣୀ ଗୃହ ଭିତରେ ପାଣି ଭାସୁଛି । ତାହାଛଡା ଏହି ଅସଜଡା ଘରେ ବାରମ୍ବାର ବିଷାକ୍ତ ସାପ ବାହାରୁଥିବାର ଦେଖିବାକୁ ମିଳିଛି । ସେଥିପାଇଁ ପିଲାମାନେ ଭୟରେ ସ୍କୁଲ ଭିତରେ ବସିବାକୁ ନାରାଜ... । ଏହି ସବୁ ସମସ୍ୟା ସୁଧାରିବା ପାଇଁ ଗ୍ରାମବାସୀ ବିଭାଗୀୟ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଗୋଚର କଲେବି ,କୌଣସି ଫଳପ୍ରଦ ହୋଇନି ...।  

 

 

Video Advertisment