(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ମହାମାରୀ “କରୋନା” ପାଇଁ ବୀନା ଭକ୍ତରେ ପ୍ରଭୁ ଜଗନ୍ନାଥ ଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ହୋଇଛି ସ୍ନାନ ଯାତ୍ରା...

ANC ପୁରୀ ହଟନ୍ୟୁଜ :-୫ ଜୁନ୨୦୨୦ରେ ମିଳିଥିବା ସୂଚନାରୁ ଜଣାଯାଏ,ଶ୍ରୀକ୍ଷେତ୍ର ରେ ହୋଇଛି ବୀନା ଭକ୍ତରେ ସ୍ନାନ ଯାତ୍ରା  । ୧୪୪ ଧାରା ଭିତରେ ସମସ୍ତ ନୀତି ସମ୍ପର୍ଣ୍ଣ କରାଯାଇଛି । ରାତି ୧ଟା ୪୦ ମିନିଟ ରେ ପହଣ୍ଡି ଆରମ୍ଭ ହୋଇ ରାତି ୩ ଟା ରେ ଶେଷ ହୋଇଥିଲା । ସୁନା କୂଅ ରୁ ୧୦୮ ଗରା ଜଳ ଆସି ମହାପ୍ରଭୁଙ୍କ ଉପରେ ଲାଗି ହୋଇଥିଲା । ସୀମିତ ସେବାୟତରେ ପ୍ରଭୁ ଜଗନ୍ନାଥଙ୍କ ରୀତି ନୀତି ହୋଇଥିଲା । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଗଜାନନ ଭେଷ କରାଯାଇଥିଲା । ବଡ ଅଜବ କଥା ହୋଇଛି କି,ମହାମାରୀ "କରୋନା" ପାଇଁ ଭକ୍ତ ମାନଙ୍କୁ ବାରଣ କରାଯାଇ ପାରେ,ହେଲେ ପ୍ରଭୁ ଜଗନ୍ନାଥଙ୍କ କର୍ମ ତ ବନ୍ଦ ରହୁନି.....କିନ୍ତୁ ଗଜପତି ମହାରାଜା ଙ୍କ ପାଦ ସ୍ନାନ ମଣ୍ଡପରେ କାହିଁକି ପଡିଲା ନାହିଁ ? ତାହା ଏବେ ଆଲୋଚନାର ବିଷୟ । ଭକ୍ତ ମାନେ ପ୍ରଭୁଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରି ପାରି ନଥିବାରୁ ବୋହୁ ଅସନ୍ତୋଷ ଦେଖା ଦେଇଥିଲା ।     

 

 

Video Advertisment